ପ୍ରଥମ ବଂଶାବଳୀ 24 : 1 (ORV)
ହାରୋଣ-ସନ୍ତାନଗଣର ପାଳିର ବୃତ୍ତାନ୍ତ । ହାରୋଣଙ୍କର ପୁତ୍ର ନାଦବ୍ ଓ ଅବୀହୂ ଓ ଇଲୀୟାସର ଓ ଈଥାମର ।
ପ୍ରଥମ ବଂଶାବଳୀ 24 : 2 (ORV)
ମାତ୍ର ନାଦବ୍ ଓ ଅବୀହୂ ଆପଣାମାନଙ୍କ ପିତାଙ୍କ ଆଗେ ମଲେ ଓ ସେମାନଙ୍କର ସନ୍ତାନ ନ ଥିଲା; ଏହେତୁ ଇଲୀୟାସର ଓ ଈଥାମର ଯାଜକର କାର୍ଯ୍ୟ କଲେ ।
ପ୍ରଥମ ବଂଶାବଳୀ 24 : 3 (ORV)
ଆଉ ଦାଉଦ ଓ ଇଲୀୟାସରର ସନ୍ତାନ ସାଦୋକ୍ ଓ ଈଥାମରର ସନ୍ତାନ ଅହୀମେଲକ୍, ଯାଜକମାନଙ୍କୁ ସେମାନଙ୍କ ଶ୍ରେଣୀ ଅନୁସାରେ ସେବାକର୍ମରେ ବିଭକ୍ତ କଲେ ।
ପ୍ରଥମ ବଂଶାବଳୀ 24 : 4 (ORV)
ପୁଣି ଈଥାମରର ସନ୍ତାନଗଣ ଅପେକ୍ଷା ଇଲୀୟାସରର ସନ୍ତାନଗଣ ମଧ୍ୟରେ ଅନେକ ପ୍ରଧାନ ପୁରୁଷ ଥିଲେ; ସେମାନେ ଏହିରୂପେ ବିଭକ୍ତ ହେଲେ, ଯଥା, ଇଲୀୟାସରର ସନ୍ତାନଗଣ ମଧ୍ୟରେ ଷୋଳ ଜଣ ପିତୃବଂଶପ୍ରଧାନ ଥିଲେ; ଆଉ ଈଥାମରର ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃବଂଶାନୁସାରେ ଆଠ ଜଣ ଥିଲେ ।
ପ୍ରଥମ ବଂଶାବଳୀ 24 : 5 (ORV)
ଏହିରୂପେ ସେମାନେ ଅବଶେଷରେ ଗୁଲିବାଣ୍ଟ ଦ୍ଵାରା ବିଭକ୍ତ କରାଗଲେ; କାରଣ ଇଲୀୟାସର ଓ ଈଥାମର, ଉଭୟର ସନ୍ତାନଗଣ ମଧ୍ୟରୁ ପବିତ୍ର-ସ୍ଥାନର ଅଧିପତି ଓ ପରମେଶ୍ଵରଙ୍କ ଗୃହର ଅଧିପତି ହେଲେ ।
ପ୍ରଥମ ବଂଶାବଳୀ 24 : 6 (ORV)
ପୁଣି ରାଜାଙ୍କର ଓ ଅଧିପତିମାନଙ୍କର ଓ ସାଦୋକ ଯାଜକର ଓ ଅବୀୟାଥରର ପୁତ୍ର ଅହୀମେଲକ୍ର ଓ ଯାଜକୀୟ ଓ ଲେବୀୟ ପିତୃବଂଶପ୍ରଧାନମାନଙ୍କ ସାକ୍ଷାତରେ ଲେବୀ-ବଂଶଜାତ ନଥନେଲର ପୁତ୍ର ଶମୟୀୟ ଲେଖକ ସେମାନଙ୍କ ନାମ ଲେଖିଲା; ଇଲୀୟାସର ନିମନ୍ତେ ଏକ ପିତୃବଂଶ ଓ ଈଥାମର ନିମନ୍ତେ ଏକ ପିତୃବଂଶ ଗ୍ରହଣ କରାଗଲା ।
ପ୍ରଥମ ବଂଶାବଳୀ 24 : 7 (ORV)
ପ୍ରଥମ ଗୁଲିବାଣ୍ଟ ଯିହୋୟାରୀବ ପାଇଁ ଉଠିଲା, ଦ୍ଵିତୀୟ ଯିଦୟୀୟ ପାଇଁ;
ପ୍ରଥମ ବଂଶାବଳୀ 24 : 8 (ORV)
ତୃତୀୟ ହାରୀମ୍ ପାଇଁ, ଚତୁର୍ଥ ସୀୟୋରୀମ୍ ପାଇଁ;
ପ୍ରଥମ ବଂଶାବଳୀ 24 : 9 (ORV)
ପଞ୍ଚମ ମଲ୍‍କୀୟ ପାଇଁ; ଷଷ୍ଠ ମୀୟାମୀନ୍ ପାଇଁ;
ପ୍ରଥମ ବଂଶାବଳୀ 24 : 10 (ORV)
ସପ୍ତମ ହକ୍କୋସ୍ ପାଇଁ, ଅଷ୍ଟମ ଅବୀୟା ପାଇଁ;
ପ୍ରଥମ ବଂଶାବଳୀ 24 : 11 (ORV)
ନବମ ଯେଶୂୟ ପାଇଁ; ଦଶମ ଶଖନୀୟ ପାଇଁ;
ପ୍ରଥମ ବଂଶାବଳୀ 24 : 12 (ORV)
ଏକାଦଶ ଇଲୀୟାଶୀବ ପାଇଁ, ଦ୍ଵାଦଶ ଯାକୀମ୍ ପାଇଁ;
ପ୍ରଥମ ବଂଶାବଳୀ 24 : 13 (ORV)
ତ୍ରୟୋଦଶ ହୁଷ୍ପ ପାଇଁ, ଚତୁର୍ଦ୍ଦଶ ଯେଶବା ପାଇଁ;
ପ୍ରଥମ ବଂଶାବଳୀ 24 : 14 (ORV)
ପଞ୍ଚଦଶ ବିଲ୍ଗା ପାଇଁ, ଷୋଡ଼ଶ ଇମ୍ମେର ପାଇଁ;
ପ୍ରଥମ ବଂଶାବଳୀ 24 : 15 (ORV)
ସପ୍ତଦଶ ହେଷୀର୍ ପାଇଁ, ଅଷ୍ଟାଦଶ ହିପ୍ପି ପାଇଁ;
ପ୍ରଥମ ବଂଶାବଳୀ 24 : 16 (ORV)
ଊନବିଂଶ ପଥାହୀୟ ପାଇଁ, ବିଂଶ ଯିହିଷ୍କେଲ ପାଇଁ;
ପ୍ରଥମ ବଂଶାବଳୀ 24 : 17 (ORV)
ଏକବିଂଶ ଯାଖୀନ୍ ପାଇଁ, ଦ୍ଵାବିଂଶ ଗାମୂଲ୍ ପାଇଁ;
ପ୍ରଥମ ବଂଶାବଳୀ 24 : 18 (ORV)
ତ୍ରୟୋବିଂଶ ଦଲାୟ ପାଇଁ, ଚତୁର୍ବିଂଶ ମାସୀୟ ପାଇଁ ଉଠିଲା ।
ପ୍ରଥମ ବଂଶାବଳୀ 24 : 19 (ORV)
ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ଆଜ୍ଞାନୁସାରେ ସେମାନଙ୍କ ପିତା ହାରୋଣଙ୍କ ଦ୍ଵାରା ସେମାନଙ୍କ ପାଇଁ ନିରୂପିତ ବିଧି ଅନୁଯାୟୀ ସଦାପ୍ରଭୁଙ୍କ ଗୃହରେ ଉପସ୍ଥିତ ହେବା ବିଷୟରେ ସେମାନଙ୍କ ସେବାକର୍ମ ନିମନ୍ତେ ଏହି ଶ୍ରେଣୀ ହେଲା ।
ପ୍ରଥମ ବଂଶାବଳୀ 24 : 20 (ORV)
ଲେବୀର ଅବଶିଷ୍ଟ ସନ୍ତାନମାନଙ୍କ କଥା । ଅମ୍ରାମ୍ର ସନ୍ତାନମାନଙ୍କ ମଧ୍ୟରେ ଶୂୟେଲ; ଶବୂୟେଲର ସନ୍ତାନମାନଙ୍କ ମଧ୍ୟରେ ଯେହଦୀୟ ।
ପ୍ରଥମ ବଂଶାବଳୀ 24 : 21 (ORV)
ରହବୀୟର କଥା; ରହବୀୟ-ସନ୍ତାନଗଣ ମଧ୍ୟରେ ଯିଶୀୟ ପ୍ରଧାନ ।
ପ୍ରଥମ ବଂଶାବଳୀ 24 : 22 (ORV)
ଯିଶ୍ହରୀୟମାନଙ୍କ ମଧ୍ୟରେ ଶଲୋମୀତ୍; ଶଲୋମୀତ୍ର ପୁତ୍ରମାନଙ୍କ ମଧ୍ୟରେ ଯହତ୍ ।
ପ୍ରଥମ ବଂଶାବଳୀ 24 : 23 (ORV)
ହିବ୍ରୋଣର ପୁତ୍ର ଯିରିୟ ପ୍ରଥମ, ଦ୍ଵିତୀୟ ଅମରୀୟ, ତୃତୀୟ ଯହସୀୟେଲ, ଚତୁର୍ଥ ଯିକ୍ମୀୟାମ୍ ।
ପ୍ରଥମ ବଂଶାବଳୀ 24 : 24 (ORV)
ଉଷୀୟେଲର ପୁତ୍ର ମୀଖା; ମୀଖାର ପୁତ୍ରମାନଙ୍କ ମଧ୍ୟରେ ଶାମୀର୍ ।
ପ୍ରଥମ ବଂଶାବଳୀ 24 : 25 (ORV)
ମୀଖାର ଭ୍ରାତା ଯିଶୀୟ; ଯିଶୀୟର ପୁତ୍ରମାନଙ୍କ ମଧ୍ୟରେ ଜିଖରୀୟ ।
ପ୍ରଥମ ବଂଶାବଳୀ 24 : 26 (ORV)
ମରାରିର ପୁତ୍ର ମହଲି ଓ ମୂଶି; ଯାସୀୟର ପୁତ୍ର ବିନୋ ।
ପ୍ରଥମ ବଂଶାବଳୀ 24 : 27 (ORV)
ମରାରିର ସନ୍ତାନଗଣ; ଯାସୀୟର ପୁତ୍ର ବିନୋ ଓ ଶୋହମ୍ ଓ ସକ୍କୁର୍ ଓ ଇବ୍ରି ।
ପ୍ରଥମ ବଂଶାବଳୀ 24 : 28 (ORV)
ମହଲିର ପୁତ୍ର ଇଲୀୟାସର, ଏହାର ପୁତ୍ର ନ ଥିଲେ ।
ପ୍ରଥମ ବଂଶାବଳୀ 24 : 29 (ORV)
କୀଶ୍ର କଥା; କୀଶ୍ର ପୁତ୍ର ଯିରହମେଲ୍ ।
ପ୍ରଥମ ବଂଶାବଳୀ 24 : 30 (ORV)
ପୁଣି ମୂଶିର ପୁତ୍ର ମହଲି ଓ ଏଦର ଓ ଯିରେମୋତ୍ । ଏମାନେ ଆପଣା ଆପଣା ପିତୃବଂଶାନୁସାରେ ଲେବୀର ସନ୍ତାନ ।
ପ୍ରଥମ ବଂଶାବଳୀ 24 : 31 (ORV)
ଏମାନେ ହିଁ ଆପଣାମାନଙ୍କ ଭ୍ରାତା ହାରୋଣ-ସନ୍ତାନଗଣ ତୁଲ୍ୟ ଦାଉଦ ରାଜା ଓ ସାଦୋକ ଓ ଅହୀମେଲକ୍, ପୁଣି ଯାଜକୀୟ ଓ ଲେବୀୟ ପିତୃବଂଶର ପ୍ରଧାନମାନଙ୍କ ସାକ୍ଷାତରେ ଗୁଲିବାଣ୍ଟ କଲେ; ପୁଣି ବଂଶର ପ୍ରଧାନ ଲୋକ ଯେପରି କଲା, ତାହାର କନିଷ୍ଠ ଭ୍ରାତା ହିଁ ସେହିପରି କଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31

BG:

Opacity:

Color:


Size:


Font: